ପ୍ରମୂଖ ଖବର
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ବୁଦ୍ଧ ବିହାର କଲୋନୀ ବୁଲିଲେ ସଚିବ ଉଷା ପାଢୀ, ଆବାସ କାମର କଲେ ତଦାରଖ

Published By : Harapriya Sethi | May 11, 2025 1:48 PM

ଭୁବନେଶ୍ୱର, ୧୧/୦୫: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ରବିବାର ଉତ୍କଳ ହସ୍ପିଟାଲ ନିକଟସ୍ଥ ଚନ୍ଦ୍ରଶେଖର ବୁଦ୍ଧ ବିହାର କଲୋନୀରେ ଥିବା ଅର୍ବାନ ସ୍ଲମ୍‌ ହାଉସିଂ ପ୍ରୋଜେକ୍ଟର କ୍ଷେତ୍ର ପରିଦର୍ଶନ କରିଥିଲେ । ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଏବଂ ବିଡିଏ ଭାଇସ ଚେୟାରମ୍ୟାନ୍‌ ଡକ୍ଟର ଥିରୁମାଲା ନାଏକଙ୍କ ସହ ପ୍ରମୁଖ ସଚିବ କଲୋନୀର ବିକାଶ ସମୀକ୍ଷା କରିଥିଲେ ଏବଂ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ।

ଏହି ସମୀକ୍ଷାର ମୁଖ୍ୟ ବିଷୟ ଭିତ୍ତିଭୂମି ଏବଂ ପରିମଳ ଉପରେ ଥିଲା । ଏହି ସମୟରେ ସେଠାରେ ରହୁଥିବା ଲୋକଙ୍କ ଜୀବନ ଧାରଣର ସ୍ଥିତି ଉପରେ ଆଲୋଚନା କରିଥିଲେ । ଏଥି ସହିତ ଅଧିକାରୀମାନେ ପ୍ରକଳ୍ପର ସମୟସୀମା ସମାପ୍ତି ଏବଂ ଗୁଣବତ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଜୀବନକୁ ଉନ୍ନତ କରିବା ଏବଂ ସେମାନଙ୍କ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.